Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା। ସେ ଥାନା ଭିତରେ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ଏହି ବ୍ୟକ୍ତିଙ୍କ ନାଁରେ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଡାବୁଗାଁ ଥାନାରେ ଏକ ମାମଲା ରହିଛି। ଏହି ମାମଲାରେ ସହଯୋଗ କରିବାକୁ ତଥା କୋହଳ ମନୋଭାବ ଦେଖାଇବାକୁ ତାଙ୍କୁ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ଲାଞ୍ଚ ମାଗିଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏଏସ୍‌ଆଇ ସୀମାଞ୍ଚଳ ମହାରଣା ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଖି ଲାଞ୍ଚ ଅର୍ଥକୁ ଥାନାର ମାଲଖାନକୁ ଫୋପାଡ଼ି ଦେଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ମାଲଖାନାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ। ଏଏସ୍‌ଆଇ ସୀମାଞ୍ଚଳ ମହାରଣାଙ୍କ ଦୁଇ ହାତକୁ କେମିକାଲ ମିଶା ପାଣିରେ ବୁଡ଼ାଇବାରୁ ତାହା ରଙ୍ଗୀନ ହୋଇଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ସୀମାଞ୍ଚଳ ମହାରଣାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

 

Breaking News