ରିପୋର୍ଟ କାର୍ଡ / ପୁରୀ
ପୁରୀରେ ପହଞ୍ଚିଛନ୍ତି ଏଏସଆଇର ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ବୈଷୟିକ ବିଶେଷଜ୍ଞଙ୍କ ଟିମ୍ । ଶ୍ରୀମନ୍ଦିର ନାଟମଣ୍ଡପ ଭିତର ଓ ବାହାର ପାର୍ଶ୍ବରେ ଫାଟର ଅନୁଧ୍ୟାନକରିବେ | ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ମରାମତି ହେବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ମରାମତି କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ରବିବାର ପୁରୀ ଗସ୍ତରେ ଆସିଛନ୍ତି। ବରିଷ୍ଠ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳ ଆଜି ଦିଲ୍ଲୀରୁ ସିଧାସଳଖ ପୁରୀରେ ଆସି ପହଞ୍ଚିଛନ୍ତି। ଏମାନେ ଶ୍ରୀମନ୍ଦିରରେ ପହଞ୍ଚି ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକ୍ ମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି। ଯେହେତୁ ବିମ୍ର ଫାଟ ବାହାରକୁ ସ୍ପଷ୍ଟ ଜଣାପଡ଼ୁନି, ସେ ଦୃଷ୍ଟିରୁ ଏହି ଫାଟ ଆକାରରେ କେତେ ବଡ଼ ଓ ଏହାର ତୀବ୍ରତା କେତେ ରହିଛି, କେତେ ପରିମାଣରେ ଏହି ଫାଟ ବଢ଼ୁଛି, କ୍ରାକ୍ ମିଟର ଜରିଆରେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଇଆଇଟି ଚେନ୍ନାଇ ଏହାର ଅନୁଧ୍ୟାନ କରୁଛି। କିନ୍ତୁ ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନାହିଁ। ନିକଟରେ ଏହାକୁ ନେଇ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଟମଣ୍ଡପ କାମ ଆରମ୍ଭ କରିବାକୁ ଯାଉଛି।






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….