ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ମହିଳା ଏସିଆ କପ୍ କ୍ରିକେଟରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ସଫଳତା ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ ସର୍ବାଧିକ ତିନି ୱିକେଟ ହାସଲ କରିଥିବା ରାଜଶ୍ବେରୀ ଓ ସ୍ନେହ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ। ଦୀର୍ଘ ୧୪ ବର୍ଷ ପରେ ଶ୍ରୀଲଙ୍କା ପ୍ରଥମଥର ଏସିଆ କପ୍ ଫାଇନାଲରେ ପହଞ୍ଚିଥିବା ବେଳେ ତାକୁ ନିରାଶ ହେବାକୁ ପଡିଛି। ୬୬ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ମହିଳା ଦଳ ସ୍ବୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୮.୩ ଓଭରରେ ୨ ୱିକେଟ ହରାଇ ବିଜୟ ଳକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ୮.୩ ଓଭରରେ ୨ ୱିକେଟ ହରାଇ ୭୧ ରନ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି। ଆଜି ତିନି ୱିକେଟ ହାସଲ କରିଥିବା ରେଣୁକା ସିଂହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ଦିପ୍ତୀ ଶର୍ମା ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଛନ୍ତି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….