ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଲୋକସେବା ଆୟୋଗ ଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ନିକଟରେ ହାଇକୋର୍ଟ ଏହି ପରୀକ୍ଷାର ମେରିଟ୍ ଲିଷ୍ଟକୁ କାଏମ ରଖିବା ପରେ ଶନିବାର ଓପିଏସସିଙ୍କ ଦ୍ୱାରା ପରୀକ୍ଷା ଫଳ ଜାରି ହୋଇଛି । ଓପିଏସସି ପକ୍ଷରୁ ଜାରି ପରୀକ୍ଷା ଫଳ ତାଲିକା ଅନୁସାରେ ଏଏସଓ ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଥିବାବେଳେ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ମାତ୍ର ଜଣେ ଝିଅ ଅଛନ୍ତି । ସେହିପରି ପୁପୁନ ପାଣିଗ୍ରାହୀ ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ତଳକୁ ଅଭିଳାଷ ରାୟଗୁରୁ, ସୌଭାଗ୍ୟ ଚନ୍ଦ୍ରଶେଖର, ଅଭିଷେକ ପାତ୍ର, ମଳୟ ନାୟକ, ପ୍ରିୟଦର୍ଶନ ପଟ୍ଟନାୟକ, ସୌମ୍ୟଜିତ୍ ପ୍ରଧାନ, ସ୍ମୃତିରଞ୍ଜନ ଭୂୟାଁ ଆଦି ରହିଛନ୍ତି । ଏହି ସେକ୍ସନ ଅଫିସରମାନଙ୍କୁ ରାଜ୍ୟ ସରକାର ମୁଖ୍ୟତଃ ରାଜ୍ୟ ସଚିବାଳୟ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥାଏ |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..