Report Card Odisha

| Daily Odia News

ଆସାମରେ ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମରେ ପ୍ରବଳ ବର୍ଷା ରଚିଛି ବିଭୀଷିକା | ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧୮କୁ ବୃଦ୍ଧି ପାଇଛି। ଏବେ ମଧ୍ୟ ପ୍ରବଳ ବର୍ଷା ସହ ବନ୍ୟାର ସ୍ଥିତି ସମସ୍ୟା ବଢାଇ ଦେଇଛି। ରାଜ୍ୟର ୨୮ ଜିଲାର ୩୩ ଲକ୍ଷରୁ ଅଧିକ ଲୋକେ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ନାଗୌନ ଜିଲାର ପ୍ରାୟ ୧୬୬ ଗାଁ ଲୋକେ ପାଣି ଭିତରେ ଫସି ରହିଛନ୍ତି। ଘର ଭିତରେ ପାଣି ପ୍ରବେଶ କରିବାରୁ ଲୋକେ ଜାତୀୟ ରାଜପଥରେ ତମ୍ବୁ ଟାଣି ରହିବାକୁ ବାଧ୍ୟ ହୋଇଛନ୍ତି। ନାଗୌନ ଅଧିକାଂଶ ଅଞ୍ଚଳ ସହ ପ୍ରାୟ ୧.୪୨ ଲକ୍ଷ ଲୋକେ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡି ଯାଇଛି। ଲୋକେ ରାସ୍ତା ଉପରେ ତମ୍ବୁ ଆଶ୍ରାରେ ରହିଛନ୍ତି। କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ନିକଟରେ ଏହି ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଓ ବର୍ଷା ପାଇଁ ପ୍ରାୟ ୨.୬୫ ଳକ୍ଷରୁ ଅଧିକ ଲୋକେ ରିଲିଫ କ୍ୟାମ୍ପରେ ରହିଛନ୍ତି।

Breaking News