Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ ଜନସଭାରେ ଅଘଟଣ,କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ତାସୁଲପୁର ଠାରେ ଏକ ଜନସଭାକୁ ସମ୍ବୋର୍ଦ୍ଧିତ କରିଥିଲେ | ଏହି ସଭାରେ ଭାଷଣ ଶୁଣୁଥିବା ଜଣେ ବିଜେପି କର୍ମକର୍ତ୍ତା ପାଣି ନ ମିଳିବାରୁ ବେହୋସ୍ ହୋଇଯାଇଥିଲେ । ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ନିଜ ଡାକ୍ତରୀ ଟିମ୍ କୁ ପଠାଇ କର୍ମୀଙ୍କର ଚିକିତ୍ସା କରିଛନ୍ତି । ମଞ୍ଚ ଉପରୁ ଥାଇ ପ୍ରଧାନମନ୍ତ୍ରୀ କହିଥିଲେ କି ମୋ ସହିତ ଯେଉଁ ଡାକ୍ତରୀ ଟିମ୍ ଆସିଛନ୍ତି, ସେମାନେ ତୁରନ୍ତ ଯାଇ ବେହୋସ ହୋଇଯାଇଥିବା ଲୋକର ଚିକିତ୍ସା କରନ୍ତୁ । ଏହା ପୂର୍ବରୁ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଏନଡିଏ ର ଡବଲ ଇଂଜିନ୍ ସରକାର ପୂର୍ବ ୫ ବର୍ଷରେ ଆସାମ ଲୋକଙ୍କୁ ଡବଲ ଲାଭ ଦେଇଛି । ବିକାଶ ହୋଇଛି, ଯୋଗା ଯୋଗରେ ସୁଧାର ଆସିଛି, ଯାହା ଫଳରେ ମହିଳାଙ୍କ ଜୀବନ ସହଜ ହୋଇଛି । ଯୁବକ ମାନଙ୍କ ପାଇଁ ରୋଜଗାରର ବାଟ ଫିଟିଛି । ପ୍ରଧାନମନ୍ତ୍ରୀ କହିଥିଲେ କି ‘ମୋ ରାଜନୈତିକ ଅନୁଭବ ଆଧାରରେ ଜନତାଙ୍କ ଭଲ ପାଇବାର ଭାଷା, ଜନତାଙ୍କ ଆର୍ଶିବାଦ ମୋତେ ସୂଚାଉଛି କି ପୁଣି ଆସାମରେ ଏନଡିଏର ସରକାର ଗଠନ ହେବ’ । କଂଗ୍ରେସ ଉପରେ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଥିଲେ କି ଆସାମର ପରିଚୟ ଉପରେ ବାରମ୍ବାର ଅପମାନ କରୁଥିବା ଲୋକଙ୍କୁ ଆସାମବାସୀ ବରଦାସ୍ତ କରିବେ ନାହିଁ । ଆସାମକୁ ଦୀର୍ଘବର୍ଷ ହେବ ହିଂସା ଓ ଅସ୍ଥିରତା ଦେଇଥିବା ଲୋକଙ୍କୁ ଆସାମବାସୀ କେବେ ବି ସ୍ୱିକାର କରିବେ ନାହିଁ ।

Breaking News