ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଥ ମୁହାଁ ପୋଲିଂ ପାର୍ଟି। ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ସେହିପରି ଝାଡ଼ଖଣ୍ଡରେ ଗତ ୧୩ରେ ପ୍ରଥମ ପର୍ଯ୍ୟାୟରେ ୪୩ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆସନ୍ତାକାଲି ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୨୩ରେ ଉଭୟ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ। ଗତକାଲି ପ୍ରଚାରର ଶେଷ ଦିନ ଥିଲା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..