ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍। ବିଜେପି ବିଧାୟକ ଦଳ ଏନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି। ଗୃହ ଠିକ୍ ଭାବେ ଚାଲିବା ପାଇଁ କ୍ଷମା ମାଗିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସୂଚନାଯୋଗ୍ୟ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ରୋକି ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡି ବିଧାୟକ ଦଳ ମଧ୍ୟ ଗତକାଲି ଏନେଇ ବିଧାନସଭାରେ ହଙ୍ଗାମା କରିବା ସହିତ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଆଜି ବାଚସ୍ପତି ମଧ୍ୟ ବିଜେପି ବିଧାୟକଙ୍କୁ କ୍ଷମା ମାଗିନେବା ଠିକ୍ ବୋଲି କହିଛନ୍ତି।






More Stories
ପ୍ରବଳ ବର୍ଷିବ;ଅରେଞ୍ଜ ୱାର୍ଣ୍ଣିଂ ଜାରି…..
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……