Report Card Odisha

| Daily Odia News

ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁ ଗିରଫ…..

ରିପୋର୍ଟ କାର୍ଡ / କଟକ

ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନର ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କ ଆଖିଖୋସା ସଂପତ୍ତି ଗତକାଲି ଠାବ କରିଥିଲା ଭିଜିଲାନ୍ସ ବିଭାଗ। ଗତକାଲି ଚଢଉରୁ ୨ ଲକ୍ଷ ୮୩ ହଜାର ଟଙ୍କାର ନଗଦ ଟଙ୍କା, ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ଟି ପ୍ଲଟ୍‌, ଭୁବନେଶ୍ବରରେ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଘର, ୭୦ ଲକ୍ଷ ୯ ହଜାର ଟଙ୍କାର ବ୍ୟାଙ୍କ ଜମା, ୩ଟି ଚାରି ଚକିଆ ଗାଡ଼ି ଏବଂ ଅନ୍ୟ ମୂଲ୍ୟବାନ ସଂପତ୍ତି ଠାବ କରାଯାଇଥିଲା। ଭିଜିଲାନ୍ସର ତଥ୍ୟ ଅନୁଯାୟୀ ଭୁବନେଶ୍ବର ଖଣ୍ଡଗିରି ବିହାରରେ ଶ୍ରୀ ସାହୁଙ୍କର ୫ ହଜାର ବର୍ଗଫୁଟ ପ୍ଲଟରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁରରେ ୧୭୨୯ ବର୍ଗଫୁଟରେ ଗୋଟିଏ‌ କେଠା ଘର, ୨୧୮ ଗ୍ରାମର ସୁନା ଅଳଙ୍କାର, ୪୧ ଲକ୍ଷ ଟଙ୍କାର ଘ‌ରୋଇ ଉପକରଣ ଇତ୍ୟାଦି ଠାବ କରାଯାଇଛି। ଏହି ବିପୁଳ ସଂପତ୍ତିର ଉତ୍ସ ଜାଣିବା ପାଇଁ ଶ୍ରୀ ସାହୁଙ୍କୁ ଜେରା କରାଯାଉଛି।

Breaking News