Report Card Odisha

| Daily Odia News

ସହକାରୀ ଯନ୍ତ୍ରୀ ଗିରଫ…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍‌ ପାସ୍‌ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ । ଲମ୍ବୋଦରଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ ହୋଇଛି ।ଲମ୍ବୋଦରଙ୍କର ବିଭିନ୍ନ ଘର ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।

Breaking News