ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ସାରା ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରୁଛି । ତାଙ୍କ ସ୍ମୃତିରେ ଅଟଳ ସମାଦୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସୂଚନା ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅଗଷ୍ଟ ୧୬, ୨୦୧୮ରେ ଦିଲ୍ଲୀର AIIMS ହସ୍ପିଟାଲରେ ଶେଷ ନିସ୍ୱାଶ ତ୍ୟାଗ କରିଥିଲେ । ତାଙ୍କୁ ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଜବାହରଲାଲ ନେହେରୁଙ୍କ ପରେ ଅଟଳ ବିହାରୀ ବାଜପେୟୀ ଏକମାତ୍ର ନେତା ଯିଏକି ପ୍ରଧାନମନ୍ତ୍ରୀ ପଦରେ ତିନିଥର କାର୍ଯ୍ୟ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ । ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀରେ ଲକ୍ଷ୍ନୌରେ ଅପରାହ୍ନ ୫.୩୦ ସମୟରେ ‘ମେରୀ ଯାତ୍ରା-ଅଟଳ ଯାତ୍ରା’ ନାମକ ଏକ ନାଟକ ମଞ୍ଚସ୍ଥ ହେବ । ଅଟଳ ବିହାରୀ ବାଜପେୟୀ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ସିଏମ ଯୋଗୀ, ଉଭୟ ଡେପୁଟି ସିଏମ, ବିଜେପି ରାଜ୍ୟ ସଭାପତି ମଧ୍ୟ କେଜିଏମୟୁର ଅଟଳ ବିହାରୀ ବାଜପେୟୀ ସମ୍ମିଳନୀ କେନ୍ଦ୍ରରେ ଯୋଗଦେବେ । ଏହି ଅବସରରେ, ଅଟଳ ଜୀ ସହିତ କାମ କରିଥିବା ୧୫ ଜଣଙ୍କୁ ସମ୍ମାନିତ କରାଯିବ ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..