ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତଙ୍କବାଦ ସହ ଜଡିତ ମାମଲାଗୁଡ଼ିକର ପ୍ରଭାବଶାଳୀ ତଦନ୍ତ ପାଇଁ ଜମ୍ମୁକଶ୍ମୀର ସରକାର ଏକ ନୂତନ ଅନୁସନ୍ଧାନକାରୀ ସଂସ୍ଥା, ରାଜ୍ୟ ଅନୁସନ୍ଧାନ ଏଜେନ୍ସି (SIA) ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସି ବିଷୟରେ ସରକାର କହିଛନ୍ତି ଯେ ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି(ଏନଆଇଏ) ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବାକୁ ଏସଆଇଏ ନୋଡାଲ ଏଜେନ୍ସି ହେବ। ଜମ୍ମୁକଶ୍ମୀର ପୋଲିସର ସିଆଇଡି ୱିଙ୍ଗର ମୁଖ୍ୟ ଏସଆଇଏର ନିର୍ଦ୍ଦେଶକ ହେବେ। ଏସଆଇଏ ସେହି ସବୁ ମାମଲାକୁ ତଦନ୍ତ କରିବ, ଯାହା ତଦନ୍ତ ପାଇଁ ଏନ୍ଆଇଏକୁ ପଠାଯାଇନାହିଁ | ପୋଲିସ ମହାନିର୍ଦ୍ଦେଶକ ଯେକୌଣସି ଅନୁସନ୍ଧାନ ସମୟରେ ମାମଲାକୁ ଏସଆଇଏକୁ ପଠାଇପାରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁକଶ୍ମୀର ଗସ୍ତର ପ୍ରାୟ ୧୦ ଦିନ ପରେ ଏହି ନୂତନ ଏଜେନ୍ସି ବାବଦରେ ଘୋଷଣା କରାଯାଇଛି । ଆତଙ୍କବାଦ ସମ୍ବନ୍ଧୀୟ କୌଣସି ମାମଲା ପଞ୍ଜୀକୃତ ହେବା ପରେ ଏବଂ ଅନୁସନ୍ଧାନ ସମୟରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ କିଛି ପ୍ରମାଣ ମିଳିବା ପରେ ତୁରନ୍ତ ପୋଲିସ ଷ୍ଟେସନ ଏସଆଇଏକୁ ଏବାବଦରେ ଜଣାଇବେ | ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ନକଲି ଟଙ୍କା, ଅପହରଣ ଓ ହତ୍ୟା ସହ ଜଡିତ ଏନଡିପିଏସ୍ ମାମଲା ଏବଂ ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାରର ଅନୁସନ୍ଧାନ କରିବାକୁ ଏହା ଵିଶେଷ ଭାବରେ କାର୍ଯ୍ୟ କରିବ । ଏସଆଇଏରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୌଳିକ ବେତନ ଉପରେ ୨୫ ପ୍ରତିଶତ ଅଧିକ ରାଶି ବିଶେଷ ପ୍ରୋତ୍ସାହନ ଭାବେ ଦିଆଯିବ। ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ଏଭଳି ଏକ ସମୟରେ ନେଇଛନ୍ତି ଯେଉଁ ସମୟରେ ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ପୁଣି ବଢ଼ିବାରେ ଲାଗିଛି। କେବଳ ଅକ୍ଟୋବରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ସାଧାରଣ ନାଗରିକ, ୯ ଜଣ ଯବାନ ଏବଂ ୨୦ ଜଣ ଆତଙ୍କବାଦୀ ଅଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……