ରିପୋର୍ଟ କାର୍ଡ / ଆଠଗଡ଼
ଆଠଗଡ଼ ଗୋପୀନାଥପୁରରେ ତିଗିରିଆ ପୋଲିସକୁ ଗୋରୁ ମାଫିଆ ଆକ୍ରମଣ କରିଛନ୍ତି । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାରକରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର ଆସୁଥିଲା। ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିଲା। ହେଲେ ଗାଡି ଅଟକିବା ବଦଳରେ ଗୋରୁ ମାଫିଆମାନେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ଏସ୍ଆଇ ସନ୍ତୋଷ ପ୍ରଧାନଙ୍କ ସହ ଲକ୍ଷ୍ମୀଧର ବେହେରା ଆହତ ହୋଇଛନ୍ତି । ଆକ୍ରମଣ ପରେ ଗୋରୁ ମାଫିଆମାନେ ଫେରାର ହୋଇଯାଇଛନ୍ତି । ସେପଟେ ଆହତ ହୋଇଥିବା ପୋଲିସ ଅଧିକାରୀମାନଙ୍କୁ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..