ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆପ୍ ର ବରିଷ୍ଠ ନେତ୍ରୀ ଅତିଶୀ ତାଙ୍କର ଦାୟିତ୍ବ ଗ୍ରହଣ କରିବେ। କଂଗ୍ରେସ ଶିଲା ଦୀକ୍ଷିତ୍ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସେ ହେଉଛନ୍ତି ତୃତୀୟ ମହିଳା ଓ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ। ଶନିବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସାରିଛନ୍ତି । ତାଙ୍କ ସହ ପାଞ୍ଚଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ପୂର୍ବ ମନ୍ତ୍ରଣାଳୟର ଚାରିଜଣ ଏବଂ ଏକ ନୂତନ ଚେହେରା ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ଆଦେଶ ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିବା ସହ ଅତିଶୀଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତାବ ଦେଇଥିଲେ। ଶିକ୍ଷା, ରାଜସ୍ୱ, ଅର୍ଥ, ଶକ୍ତି ଏବଂ ପୂର୍ତ୍ତ ସମେତ କେଜ୍ରିୱାଲ ସରକାରରେ ସେ ଅନେକ ଦାୟିତ୍ବ ଗ୍ରହଣ କରି ସାରିଥିଲେ ଯେତେବେଳେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାରେ କୌଣସି ଅସୁବିଧା ନଥିଲା। ତେବେ ଏଥର ମୁକେଶ ଅହଲୱାଟ ଏଥର ନୂଆ ମୁହଁ ଭାବେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ଆତିଶୀ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଫେରାଇ ଆଣିବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..