ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମର୍ଲେନ। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ଆତିଶୀଙ୍କୁ ନୂଆ ସରକାର ଗଠନ କରିବାକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ। ରାଜଭବନରେ ଆତିଶୀଙ୍କ ସହ ୫ ନୂଆ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ ମନ୍ତ୍ରୀ ଭାବେ ଶପଥ ନେବେ। ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଦ୍ୱାରା ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ଏହାକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିଲେ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..