ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କମ ମୂଲ୍ୟରେ ମିଳିବ ଅଟା | କାରଣ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କମ୍ ମୂଲ୍ୟରେ ଅଟା ମଇଦା ଯୋଗାଣ ଆରମ୍ଭ କରିବାକୁ ଯାଉଛନ୍ତି। ଗ୍ରାହକମାନେ ଖୋଲା ବଜାର ବିକ୍ରୟ ଯୋଜନା ଅନ୍ତର୍ଗତ ଅଟା କିଲୋଗ୍ରାମ ପିଛା ୨୯ ଟଙ୍କା ୫୦ ପଇସାରେ କିଣିପାରିବେ। ସରକାର ଏହାକୁ ‘ଭାରତ ଅଟା’ ନାମରେ ବିକ୍ରି କରିବେ। ଏହାର ବିକ୍ରି ଆଜିଠାରୁ ଫେବୃଆରୀରୁ ଆରମ୍ଭ ହେଉଛି । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟପ କ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ସରକାରୀ ଆଉଟଲେଟରୁ ଅଟା କିଲୋଗ୍ରାମ ପିଛା ଟ ୨୯.୫୦ ଟଙ୍କା କ୍ରୟ କରାଯାଇପାରିବ। ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ଏବଂ ନ୍ୟାସନାଲ ଫାଉଣ୍ଡେସନ୍ ଫର କ୍ରେଡିଟ୍ କାଉନସେଲିଂ ଫେବୃଆରୀ ୬ ରୁ ବିକ୍ରି ଆରମ୍ଭ କରିବ। ବର୍ତ୍ତମାନ ଦେଶରେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୪୨-୪୫ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନର ଉଚ୍ଚ ଦରଦାମ୍ ପରିସ୍ଥିତିରେ ସରକାରଙ୍କ ଏହି ଯୋଜନା ଲୋକଙ୍କୁ କମ୍ ମୂଲ୍ୟରେ ଅଟା ଉପଲବ୍ଧ କରାଇବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..