ରିପୋର୍ଟ କାର୍ଡ / ବୌଦ୍ଧ
ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସ୍ଆଇ। ଗୁରୁତର ଅବସ୍ଥାରେ ସେ ଏବ ହସ୍ପିଟାଲ ବେଡରେ ପଡ଼ି ରହିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି। ପୋଲିସ ଅଧିକାରୀ ଜଣକ ହେଲେ ମନମୁଣ୍ଡା ଥାନାର ଏଏସ୍ଆଇ କୁମୁଦ ଭୋଇ। ସୂଚନା ଅନୁସାରେ- ଦପଲ୍ଲା ଗ୍ରାମରେ ଏକ ଅପହରଣ ହୋଇଥିବା ନେଇ ଗତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୧୧୨କୁ ଫୋନ୍ ଆସିଥିଲା। ଘଟଣାର ତଦନ୍ତ ପାଇଁ ଏଏସଆଇ କୁମୁଦ ଭୋଇ ପିସିଆର ଭ୍ୟାନ୍ରେ ନିଜ ଟିମ୍ ନେଇ ଦପଲ୍ଲା ଗ୍ରାମକୁ ଯାଇଥିଲେ । ପୋଲିସ ଟିମ୍ ଉକ୍ତ ସ୍କୁଲ ନିକଟରେ ପହଞ୍ଚିବା ପରେ କିଛି ବ୍ୟକ୍ତି ଗାଡ଼ି ଅଟକାଇଥିଲେ। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ASIଙ୍କୁ ମିଳିତ ଭାବେ ଠେଙ୍ଗାରେ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ। ତେବେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ହୋମଗାର୍ଡ ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….