Report Card Odisha

| Daily Odia News

ଫାଣ୍ଡି‌ରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ…..

ରିପୋର୍ଟ କାର୍ଡ / ଟାଙ୍ଗୀ

ପୋଲିସ ଆଉଟ୍‌ପୋଷ୍ଟ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ୍‌ପୋଷ୍ଟ ଭିତରେ | ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍‌ନାକୁ ଆସିବାପରେ ପୁଲିସ ମାମଲା ରୁଜୁ କରିବା ସହ ସଂପୃକ୍ତ ହୋମଗାର୍ଡଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ୍ ରେହେମାନର ଆଡ଼ା ଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳ, ହାଜତରେ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ତିନି ଜଣ ପୋଲିସ୍ କର୍ମଚାରୀ ଜେଲ୍ ଯିବା ଭଳି ଘଟଣାକୁ ନେଇ ଟାଙ୍ଗୀ ଥାନା ପୁଲିସ୍ ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିଲା। ଏବେ ଏଭଳି ଏକ ଘଟଣା ପୁଣିଥରେ ପୁଲିସକୁ ସାଧାରଣରେ ନିନ୍ଦିତ କରିଛି। ତେବେ, ଏହି ଘଟଣା ସଂପର୍କରେ ପୁଲିସ ଆଜି କୌଣସି ସୂଚନା ଦେବାକୁ ମନା କରିଦେଇଛି।

 

Breaking News