Report Card Odisha

| Daily Odia News

ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପ୍ରତିକ୍ରିୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡର କେଦାରନାଥ ଭଳି ଦିଲ୍ଲୀରେ ନିର୍ମିତ ହେବାକୁ ଯାଉଥିବା ମନ୍ଦିରକୁ ନେଇ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆପତ୍ତି କରିଛନ୍ତି। ମୁଖ୍ୟ ପୂଜାରୀ କହିଛନ୍ତି, ‘ଦିଲ୍ଲୀରେ ମନ୍ଦିର ନିର୍ମାଣ ନେଇ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ମନ୍ଦିର ନାମ କେଦାରନାଥ ରଖାଯିବା ଉଚିତ ନୁହେଁ। କେଦାରନାଥ ଗୋଟିଏ ରହିଛି ତାହାକୁ ରହିବାକୁ ଦିଅ। ତେଣୁ ଅନ୍ୟ ନାମରେ ମନ୍ଦିର ନିର୍ମାଣ କରାଯାଉ। ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ହେଉଛି ଆଦିଶକ୍ତି । ସେଠାରେ ଭକ୍ତମାନଙ୍କୁ ଯେଉଁ ଫଳ ମିଳିଥାଏ ତାହା ଅନ୍ୟ କେଉଁଠି ମିଳିବ ନାହିଁ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ,‘ ସମାନ ନାମରେ ମନ୍ଦିର ନିର୍ମାଣ କରି ହେବ ସତ କିନ୍ତୁ ଉତ୍ତରାଖଣ୍ଡର କେଦାରନାଥ ଜ୍ୟୋର୍ତିଲିଙ୍ଗ ଭଳି ଶକ୍ତି ରହିବ ନାହିଁ। ଭଗବାନ ଶିବଙ୍କ ୧୨ଟି ଜ୍ୟୋର୍ତିଲିଙ୍ଗ ଦେଶର ଭିନ୍ନ ଭିନ୍ନ ଅଂଶରେ ସ୍ଥାପିତ ରହିଛି। ଏହି ଜ୍ୟୋର୍ତିଲିଙ୍ଗଗୁଡ଼ିକ ଅତୁଳନୀୟ। ତେଣୁ ଏଭଳି ଜ୍ୟୋର୍ତିଲିଙ୍ଗନାମ ଅନୁସାରେ ଦ୍ବିତୀୟ ମନ୍ଦିର ନିର୍ମାଣ କରିବା ମୋ ମତରେ ଉଚିତ ନୁହେଁ।’ ଦିଲ୍ଲୀରେ ନିର୍ମିତ ହେଉଥିବା କେଦାରନାଥ ମନ୍ଦିରର ଭୁମି ପୂଜନ କାମର ଦେଖାଶୁଣା କରୁଥିବା କେଦାରନାଥ ଧାମ ଟ୍ରଷ୍ଟ ବୁରାଡ଼ିର ସଭାପତି ସୁରେନ୍ଦ୍ର ରାଉତେଲାଙ୍କ ଅଜବ ବିବୃତି ଦେଇଛନ୍ତି। ଯାହାକୁ ନେଇ ବିବାଦ ‌ଦେଖା ଦେଇଛି। ସୁରେନ୍ଦ୍ର ରାଉତେଲା କହିଛନ୍ତି, ‘ ଯେଉଁ ବୃଦ୍ଧ କେଦାରନାଥ ଧାମକୁ ଯାଇପାରୁ ନାହାଁନ୍ତି ସେମାନେ ବର୍ତ୍ତମାନ ଦିଲ୍ଲୀରେ ଭଗବାନ କେଦାରନାଥଙ୍କୁ ସୁବିଧାରେ ଓ ସହଜରେ ଦର୍ଶନ କରିପାରିବେ।’

Breaking News