Report Card Odisha

| Daily Odia News

ରାମ ମନ୍ଦିର ଛାତରୁ ଗଳୁଛି ପାଣି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରୁ ଗଳୁଛି ପାଣି । ପ୍ରଥମ ବର୍ଷାରେ ହିଁ ମନ୍ଦିର ଅବସ୍ଥା ବେହାଲ ହୋଇ ଗଲାଣି। ଗର୍ଭ ଗୃହରେ ମନ୍ଦିର ଛାତରୁ ପ୍ରବଳ ମାତ୍ରାରେ ପାଣି ଗଳୁଛି। ଏପରିକି ଏଥିପାଇଁ ରାମ ଲଲାଙ୍କ ପୂଜାର୍ଚ୍ଚନା କରିବା ବି କଷ୍ଟକର ହୋଇପଡ଼ିଲା। ଏପରି କହି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଗତ ଶନିବାର ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ବି ଜଳମଗ୍ନ ହୋଇ ଯାଇଥିଲା। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ରାମଲାଲାଙ୍କ ସମ୍ମୁଖରେ ପୂଜାରୀଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥି ସହ ଆସୁଥିବା ଭିଆଇପିଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି। ମାତ୍ର ଶନିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରଥମ ବର୍ଷାରେ ହିଁ ଗର୍ଭ ଗୃହ ଜଳମଗ୍ନ ହୋଇ ଯାଇଥିଲା।

Breaking News