ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଯମୁନା ଆସି ଆଳତୀ କରିବା ସହ ଯମୁନା ନଦୀ ପ୍ରଦୂଷଣର ସମୀକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ତାଙ୍କର ପ୍ରଥମ କ୍ୟାବିନେଟ ବୈଠକରେ ସେ ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି। ସେହିପରି ପ୍ରଥମ ବିଧାନସଭା ଅଧିବେଶନରେ ୧୪ଟି ସିଏଜି ରିପୋର୍ଟ ଆସିବ। ଗତ ସରକାର ଉପସ୍ଥାପନ କରିନଥିବା ୧୪ଟି ସିଏଜି ରିପୋର୍ଟ ଆଗତ ହେବ ବୋଲି ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି। ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ଗୋଟି ଗୋଟି କରି ପୂରଣ କରାଯିବ ବୋଲି କହଛନ୍ତି। ଅପରପକ୍ଷରେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ। ପ୍ରକ୍ରିୟାକୁ ସୁଗମ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ଗଠନ କରିବା, ଆପ ସରକାରଙ୍କ ଭଳି ବିଦ୍ୟୁତ, ପାଣି ଓ ବସ ଯାତ୍ରା ଭଳି ମାଗଣା ଯୋଜନା ପ୍ରତିଶ୍ରୁତିକୁ ଜାରି ରଖିବା, ନୂଆ ଯୋଜନା ଆଣିବା ଲାଗି ଆର୍ଥିକ ବୋଝ ପରିଚାଳନା, ବର୍ଷ ବର୍ଷ ଧରି ବାୟୁ ପ୍ରଦୂଷଣ ସମସ୍ୟାରେ ଜୁଝି ହେଉଥିବା ଦିଲ୍ଲୀକୁ ମୁକୁଳାଇବା, ଯମୁନା ନଦୀକୁ ସ୍ୱଚ୍ଛ କରିବା ଇତ୍ୟାଦି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ସୂଚନା ମିଳିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..