ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏକ ଘୃଣାସୃଷ୍ଟିକାରୀ ଭାଷଣ ମାମଲାରେ ତାଙ୍କୁ ଆଜି ଉତ୍ତରପ୍ରଦେଶ ରାମପୁରର ଏକ ସ୍ୱତନ୍ତ୍ର କୋର୍ଟ ଏହି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ଆଜମଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ବି ଲଗାଯାଇଛି । ଏହା ଫଳରେ ସେ ବିଧାୟକ ପଦ ହରାଇବା ଆଶଙ୍କା ରହିଛି । ୨୦୧୯ରେ ଆଜମ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତତ୍କାଳୀନ ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂଙ୍କ ବିରୋଧରେ ଉତ୍ତେଜନାମୂଳକ ଓ ଆପତ୍ତିଜନକ ଭାଷଣ ଦେଇଥିଲେ । ୨୦୨୨ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଖାନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଜଣେ ଓକିଲ ତଥା ସ୍ଥାନୀୟ ବିଜେପି ନେତା ଆକାଶ ସାକ୍ସେନା କହିଛନ୍ତି, ଯେ ଆଜାମ ଖାଁ ଉତ୍ତେଜନାମୂଳକ ଭାଷଣ ଦେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ ଏବଂ ସେ ମଧ୍ୟ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିଥିଲେ । ସାକ୍ସେନା କହିଛନ୍ତି ଯେ, ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଏ ନେଇ ସେ ଅଭିଯୋଗ କରିଥିଲେ । ଭାଷଣର ଭିଡିଓ ଫୁଟେଜ ଯାଞ୍ଚ କରିବା ପରେ ଅଧିକାରୀ ଖାନଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜମ ଖାଁ ଚଳିତ ବର୍ଷ ମେ ମାସରେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲା ଜେଲରୁ ମୁକ୍ତ ହୋଇଥିଲେ । ଜମି ଜବରଦଖଲ ସମେତ ଅନେକ ମାମଲାରେ ଆଜମ ଖାନଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇଥିଲା ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..