ରିପୋର୍ଟ କାର୍ଡ / କୋଲକାତା
ରାଜନୀତିରୁ ସନ୍ୟାସ ନେଇଥିବା ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିରେ ଯୋଗ ଦେଇଛନ୍ତି। କିଛି ମାସ ପୂର୍ବେ ବାବୁଲ ସୁପ୍ରିଓ କେନ୍ଦ୍ର କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିଲେ। ପରେ ସେ ରାଜନୀତିରୁ ଅବସର ଘୋଷଣା କରିଥିଲେ। ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ଦାବି କରି ରାଜନୀତି ଛାଡ଼ୁଥିବା ନେଇ ଘୋଷଣା କରିବା ପରେ ଆଜି ଏଭଳି ଖବର ସାମ୍ନାାକୁ ଆସିଛି। ବାବୁଲ ସୁପ୍ରିୟ ଟିଏମସିରେ ଯୋଗ ଦେବା ଖବର ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରିଛି। ଟିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିିଆଯାଇଛି ଯେ, ଆଜି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଆରଏସ ସାଂସଦ ଡେରେକ ଓ’ବ୍ରାଇନ୍ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିଓଙ୍କ ଟିଏମସି ପରିବାରରେ ଯୋଗ ଦେଇଛନ୍ତି।
More Stories
ରାଜ୍ୟରେ ଗଡିବ ସବୁ ଘରୋଇ ବସ୍…..
ଏହି ଦିନ ଆସିବ ସୁଭଦ୍ରା ଟଙ୍କା…..
ସମାବେଶରେ ବର୍ଷିଲେ ରାହୁଲ…..