Report Card Odisha

| Daily Odia News

ଟିମ୍ ଫେରିଲା, ହେଲେ ଫେରିଲେନି ଅଭିନେତା ବାବୁସାନ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଫିଲ୍ମର ପ୍ରମୋସନ୍ ଲାଗି ଚେନ୍ନାଇ ଯାଇଥିଲେ | ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଥିବା ବେଳେ,ବାବୁସାନ୍ ଫେରିନାହାନ୍ତି। ଟିମ୍ ସହିତ ସେବି ଫେରିବାର ଥିଲା | ବାବୁସାନ୍ଏ ଓଡିଶା ନଫେରିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ଭିତରେ ଫିଲ୍ମ ‘ଦମନ’ର ନିର୍ଦ୍ଦେଶକ କହିଛନ୍ତି, ଫିଲ୍ମର ପ୍ରମୋସନ ସାରି ଯେତେବେଳେ ଆମ୍ ଟିମ୍ ବାବୁସାନଙ୍କ ପାଖରେ ପହଞ୍ଚିଥିଲା, ସେତେବେଳେ ତାଙ୍କୁ ଆଉ ହୋଟେଲରେ ପାଇ ନ ଥିଲେ। ରିସେପସନକୁ ଯାଇ ପଚାରିବାରୁ ସେ ଚେକ୍ଆଉଟ୍ କରି ବାହାରିଗଲେଣି ବୋଲି ହୋଟେଲ୍ କର୍ମଚାରୀ କହିଥିଲେ। ଏଣେ ଭୁବନେଶ୍ୱରର ଖାରବେଳନଗର ଥାନା ପକ୍ଷରୁ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିବାର ଇତିମଧ୍ୟ‌ରେ ୩ ଦିନ ବିତି ଯାଇଥିବାବେଳେ ବାବୁସାନ କାହିଁକି ଭୁବନେଶ୍ୱର ଆସୁନାହାଁନ୍ତି ଏବଂ ଥାନାରେ ହାଜର ହୋଇ ପୋଲିସ ସମ୍ମୁଖରେ ନିଜର ପକ୍ଷ ରଖୁନାହାନ୍ତି, ତାକୁ ନେଇ ସସପେନ୍ସ ବଢ଼ିଗଲାଣି।

Breaking News