Report Card Odisha

| Daily Odia News

ବଦଳିଲା କିମ୍ ଜୋଙ୍ଗଙ୍କ ଚେହେରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗ ଉନ୍ ଶାସନ ପାଇଁ ହେଉ କି ନିଜର ବ୍ୟକ୍ତିଗତ ଜୀବନ ଶୈଳୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି | ଗତ କିଛି ଦିନ ହେଲା ନିଜ ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଥିଲେ କିମ୍ ଜୋଙ୍ଗ । ଚଳିତ ବର୍ଷ ଜୁଲାଇରେ ମିଲିଟାରୀ ଟ୍ରେନିଂ ସମୟରେ କିମ ଜୋଙ୍ଗଙ୍କ ମଥା ପଛପଟେ ପଟି ଦେଖିବାକୁ ମିଳିଥିଲା। ମୁଣ୍ଡରେ କିଛି ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ କଳ୍ପନା ଜଳପାନ ଲାଗିରହିଥିଲା। ବର୍ତ୍ତମାନ କିମଙ୍କ ନୂଆ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ସେ ବହୁତ ପତଳା ଦେଖାଯାଉଛନ୍ତି। କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଅନୁଯାୟୀ, କରୋନା ମହାମାରୀ ଓ ଦୁର୍ବଳ ଅର୍ଥବ୍ୟବସ୍ଥାର ସମ୍ମୁଖୀନ ହେଉଥିବା ଏହି ଦେଶରେ ଯୁବ ସ୍ବେଚ୍ଛାସେବୀଙ୍କ ପାଖକୁ ଯାଇ କିମ୍ ଜୋଙ୍ଗ୍ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ଭାଇରାଲ ହେଉଥିବା ଫଟୋ ପବ୍ଲିକ ମିଟିଂର। ଏହି ବୈଠକରେ କିମ୍ ଜୋଙ୍ଗ୍ କଠିନ ଓ ଚ୍ୟାଲେଞ୍ଜିଙ୍ଗ ପଦବୀରେ କାମ କରିବାକୁ ଯୁବ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିଛନ୍ତି। ରିପୋର୍ଟ ଅନୁଯାୟୀ, କିମ୍ ଜୋଙ୍ଗଙ୍କ ଓଜନ ୧୦ ରୁ ୨୦ କିଲୋ କମ୍ ହୋଇଯାଇଛି। ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପୁଣି ଆଶଙ୍କା ସୃଷ୍ଟି ହୋଇଛି | ସିଓଲ ସ୍ଥିତ କୋରିଆ ଇନଷ୍ଟିଚ୍ୟୁଟ୍ ଫର୍ ନ୍ୟାସନାଲ୍ ଯୁନିଫିକେସନର ବରିଷ୍ଠ ବିଶ୍ଳେଷକ ହୋଙ୍ଗ୍ ମିନ କହିଛନ୍ତି ଯେ କିମଙ୍କ ଓଜନ କମ ହେବା କୌଣସି ରୋଗର ସଂକେତ ବଦଳରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବାର ପ୍ରୟାସ ହୋଇପାରେ। ଡିକିନ ୟୁନିଭର୍ସିଟିର ଆତଙ୍କବାଦ-ନିରୋଧୀ ବିଶେଷଜ୍ଞ ଗ୍ରେଟ୍ ବାର୍ଟନ କହିଛନ୍ତି ଯେ କିମ୍ ଜୋଙ୍ଗଙ୍କ ଓଜନକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି। କୌଣସି ଅପରେସନ ଯୋଗୁଁ ସେ ପତଳା ହୋଇଥାଇପାରନ୍ତି। ସେ କହିଛନ୍ତି, ବୋଧହୁଏ କିମ୍ ନିଜ ଓଜନକୁ ନେଇ ଚିନ୍ତିତ ହୋଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

 

Breaking News