ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାହ୍ୟଶକ୍ତି ଇଙ୍ଗିତରେ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିବା ନୂଆ ନିୟମ ପାଲଟିଯାଇଛି | ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଅରୁଣ ମିଶ୍ର କହିଛନ୍ତି। ଏନ୍ଏଚ୍ଆର୍ସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ୍ ମିଶ୍ର କହିଥିଲେ, ଭାରତ ସର୍ବ ଧର୍ମ ସମ ଭାବ ଉପରେ ବିଶ୍ୱାସ କରେ। ସମାଜ ସେବା ସଙ୍ଗଠନଗୁଡ଼ିକ ଏବଂ ମାନବାଧିକାର ରକ୍ଷକମାନେ ଆତଙ୍କବାଦ ଓ ରାଜନୈତିକ ହିଂସାକୁ କଡ଼ା ନିନ୍ଦା କରିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ଉଦାସୀନତା ମୌଳବାଦକୁ ଜନ୍ମ ଦେଇଥାଏ। ଇତିହାସ ଏଥିପାଇଁ ଆମକୁ କେବେ ଭୁଲିବ ନାହିଁ। ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିବା ସମୟ ଆସିଯାଇଛି। ଭାରତ ଉପରେ ବାହ୍ୟଶକ୍ତି ଇସାରାରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିବା ଏକ ନୂଆ ମାପଦଣ୍ଡ ପାଲଟିଯାଇଛି। ପରମ୍ପରା ଓ ଭାଷାଗୁଡ଼ିକୁ ଶେଷ କରିବା ପାଇଁ ଚାଲିଥିବା ଅପଚେଷ୍ଟାକୁ ଦୃଢ଼ ବିରୋଧ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏନ୍ଏଚ୍ଆର୍ସି ମୁଖ୍ୟ ଜଷ୍ଟିସ୍ ମିଶ୍ର ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ବିଚାରପତିମାନଙ୍କୁ ଧନ୍ୟବାଦ ନେଇଥିଲେ। ଅତ୍ୟନ୍ତ ଲୋକପ୍ରିୟ ଓ ଉଦ୍ୟମୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାରେ ସେ ଗର୍ବ ଅନୁଭବ କରୁଥିବା କହିଥିଲେ।
More Stories
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….