ରିପୋର୍ଟ କାର୍ଡ / ଫୁଲବାଣୀ
ଦୁଷ୍କର୍ମ ଅଭିଯୋଗରେ ଓଏପିଏଫ ଗିରଫ ହୋଇଛନ୍ତି l ଜଣେ ନାବାଳିକାକୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇ ଗାଏବ ହୋଇଯାଇଥିଲେ ଏହି ଯୁବକ ଜଣଙ୍କ । ଯୁବକ ଜଣଙ୍କ ହେଲେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଓଏପିଏଫ ଗୌତମ ପ୍ରଧାନ । ଗୌତମ କ. ନୂଆଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ସମ୍ପୃକ୍ତ ନାବାଳିକା ସହ କିଛି ବର୍ଷ ହେଲା ସମ୍ପର୍କ ରଖିଥିଲେ । ଆଉ ଏବେ ତାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ଏନେଇ ନାବାଳିକା ଜଣଙ୍କ ସାରଙ୍ଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ସାରଙ୍ଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଗୌତମକୁ ଗିରଫ କରି କୋର୍ଟ ଚାଲାଣ କରିଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……