ରିପୋର୍ଟ କାର୍ଡ / ବଲାଙ୍ଗୀର
ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମସର ଗାଁ ନିକଟରେ। ଗର୍ଭବତୀ ସ୍ତ୍ରୀକୁ ଡାକ୍ତର ଦେଖାଇ ଉଭୟ ଦମ୍ପତି କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଏଭଳି ଦୋର୍ଘଟଣା ଘଟିଛି | କିଛି ଭାବିବା ଆଗରୁ ହଟାତ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଶତଃ କାର୍ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା । କିନ୍ତୁ ପାଣି ଭିତରେ ବୁଡ଼ି ଯାଇଥିବା କାର୍ ଭିତରେ ଚାଲିଗଲା ସ୍ତ୍ରୀ ଙ୍କ ଜୀବନ। ମୃତ ମହିଳା ଜଣଙ୍କ ହେଲେ ପିଙ୍କି ସାହୁ। ରାତି ପ୍ରାୟ ୧୦ଟା ସମୟରେ ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ମୁନା ସାହୁ ବଲାଙ୍ଗିର ମେଡିକାଲରୁ ସ୍ତ୍ରୀର ଚେକ୍ଅପ୍ କରି କାର୍ ଯୋଗେ ଘରକୁ ଫେରୁଥିଲେ। ଜାମସର ଗାଁ ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା। ମୁନା କାର୍ ବାହାରକୁ ବାହାରି ଆସି ରାସ୍ତା କଡ଼କୁ ଚାଲି ଆସିଥିଲେ। କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନ ଥିଲେ। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବାର ଘଣ୍ଟାଏ ପରେ ମୁନାଙ୍କ ସ୍ତ୍ରୀ ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଵଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..