Report Card Odisha

| Daily Odia News

ମଦ ଟଙ୍କା ଗଣତି ଶେଷ, ମିଳିଲା ୩୦୫ କୋଟି, ତଦନ୍ତ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଦ ବ୍ୟବସାୟୀଙ୍କଠୁ ଜବତ ହୋଇଥିବା ଟଙ୍କା ଗଣି ଗଣି ମଣିଷ ମେସିନ ନାକଦମ୍ । ଶେଷରେ ରବିବାର ଗଣତି ଶେଷ ହୋଇଛି। ଗଣତି ଶେଷରେ ମଦ ବ୍ୟବସାୟୀଙ୍କ ଠିକଣାରୁ ମୋଟ ୩୦୫ କୋଟି ଟଙ୍କା ମିଳିଥିବା ବଲାଙ୍ଗୀର ଏସ୍‌ବିଆଇ ଆରଏମ ଭଗତ ବେହେରା ସୂଚନା ଦେଇଛନ୍ତି। ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା। ଏହାପରେ ଜବତ ଟଙ୍କାକୁ ବଲାଙ୍ଗିର SBI ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା। ପ୍ରାୟ ୨୫ଟି ମେସିନ ଓ ୫୦ କର୍ମଚାରୀ ନିରବଚ୍ଛିନ୍ନ ଭାବେ ଗଣତି କରିଥିଲେ। ଆଉ ୫ ଦିନର ଲଗାତାର ଗଣତି ପରେ ଆଜି ସନ୍ଧ୍ୟାରେ ଗଣତି ଶେଷ ହୋଇଛି।ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବା ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ।ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍। ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବାବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା ଥିଲା। ରବିବାର ଟଙ୍କା ଗଣା ସାରିଥିଲେ ହେଁ ଷୋମବାର ଅର୍ଥାତ ଆଜିଠାରୁ ଏଟଙ୍କାର ଉତ୍ସ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଆରମ୍ଭ ହେବ। ୩୦୫ କୋଟି କେଉଁଠୁ ଆସିଛି ଓ ଏସବୁ ଟଙ୍କା କେଉଁଆଡ଼େ ଯିବାର ଥିଲା କି ନାହିଁ, ତା’ର ଯାଞ୍ଚ IT ଟିମ୍ ଆରମ୍ଭ କରିବ।

 

Breaking News