ରିପୋର୍ଟ କାର୍ଡ / ଫୁଲବାଣୀ
ଜଣେ ୩ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ୧୨ ଜଣ ସାଖ୍ୟ ପ୍ରମାଣ, ପୋଲିସ ରିପୋର୍ଟକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗଲ ଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ୨୦/୦୮/୧୯ ସନ୍ଧ୍ୟା ସମୟରେ ନାବାଳିକା ଘର ବାରଣ୍ଡାରେ ଖେଳୁଥିବା ବେଳେ ଅଭିଯୁକ୍ତ ପ୍ରସନ୍ନ ତାକୁ ଚକୋଲେଟ ଦେଇ କାଖ କରି ନିକଟସ୍ଥ ଚର୍ଚ୍ଚକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଝିଅକୁ ନପାଇ ମାଆ ଓ ମାଉସୀ ମିଶି ଖୋଜା ଖୋଜି କରିବା ବେଳେ ଚର୍ଚ୍ଚ ବାରଣ୍ଡାରେ ଅଭିଯୁକ୍ତକୁ ଦେଖିଥିଲେ। ତେବେ ଅଭିଯୁକ୍ତ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲା। ପରଦିନ ନାବାଳିକାର ମାଆ ଜି. ଉଦୟଗିରି ଥାନାରେ ଏତେଲା ଦେଇଥିଲେ। ଜି.ଉଦୟଗିରି ପୋଲିସ ୧୦୦/୧ ୯ ରେ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ପ୍ରସନ୍ନକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ମାନ୍ୟବର ପୋକ୍ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..