ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ | ଏନେଇ ଛତିଶଗଡ ହାଇକୋର୍ଟ ଦୁରୁବାର ରାୟ ଶୁଣାଇଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ ହୋଇଥିବ ଏବଂ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସ୍ୱାମୀଙ୍କ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ । ଉପରୋକ୍ତ ବ୍ୟକ୍ତିଜଣଙ୍କୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଥିଲେ ମଧ୍ୟ ତେବେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଧାରା ୩୭୭ ଅନୁଯାୟୀ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କାଏମ ରଖିଛନ୍ତି ହାଇକୋର୍ଟ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..