ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଘର । ଏକଥା ସାରା ବିଶ୍ୱର ଅଧିକାଂଶ ଦେଶ କହୁଥିବା ବେଳେ ପାକିସ୍ତାନ ଏହାକୁ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଭାବେ ଏବେ ପାକିସ୍ତାନର ମୁଖା ଖୋଲି ଯାଇଛି । ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ତା’ର ଦ୍ୱିତୀୟ ଘର ବୋଲି ଭାବିଛି । ସେ କହିଛନ୍ତି ଆଫଗାନିସ୍ତାନ ମାଟିରେ ଏମିତି କୌଣସି କାର୍ଯ୍ୟ କରାଯିବ ନାହିଁ ଯାହା ପାକିସ୍ତାନର ହିତର ବିରୋଧରେ ଆସିବ । ଏହା ପୂର୍ବରୁ ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜହିଦ ଭାରତକୁ ଏକ ସ୍ୱତନ୍ତ୍ର ଦେଶ କହିଥିବା ବେଳେ ଉଭୟଙ୍କ ଭିତର ଭଲ ସମ୍ପର୍କ ରହିବ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସେ କହିଛନ୍ତି ଆମେ ଶାନ୍ତି ଓ ସାମାନ୍ୟ ସ୍ଥିତିକୁ ଫେରାଇ ଆଣିବାକୁ ସମସ୍ତ ଅଞ୍ଚଳକୁ ନିୟନ୍ତ୍ରଣକୁ ଆଣି ସାରିଲୁଣି |
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..