Report Card Odisha

| Daily Odia News

ବାଲେଶ୍ୱରରେ ହେବ ଇଏସ୍ଆଇ ହସ୍ପିଟାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ହେବ | ଏନେଇ ସୋମବାର କେନ୍ଦ୍ର ଶ୍ରମ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଘୋଷଣା କରିଛନ୍ତି। ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ ଇଏସଆଇର ୧୯୦ତମ ବୈଠକରେ ଓଡ଼ିଶାର ବାଲେଶ୍ୱର ସମେତ କର୍ଣ୍ଣାଟକର ବେଲଗାଭି, ତେଲେଙ୍ଗାନାର ସମସାବାଦ, ମହାରାଷ୍ଟ୍ରର ବାରମତି, ରାଜସ୍ଥାନର କିଷନଗଡ଼ ଓ ଆଜମେର ଠାରେ ୧ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ | ଗ୍ରେଟର ନୋଇଡ଼ାରେ ୩୫୦ ଶଯ୍ୟାବିଶିଷ୍ଟ ଏବଂ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଠାରେ ୩୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଯାଦବ କହିଛନ୍ତି।

Breaking News