Report Card Odisha

| Daily Odia News

ବଳେନ୍ଦ୍ର ଶାହା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳ ପାର୍ଲାମେଣ୍ଟ ପାଇଁ ହୋଇଥିବା ନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ବଳେନ୍ଦ୍ର ଶାହାଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆରଏସ୍‌ପି) ସଂଖ୍ୟାଗରିଷ୍ଠତା ଦଳ ଭାବେ ଉଭା ହୋଇଛି। ପାର୍ଲାମେଣ୍ଟର ୧୬୫ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଆରଏସ୍‌ପି ୧୧୪ଟି ଆସନରେ ବିଜୟୀ ଓ ଆଗୁଆ ରହିଛି। ଏହି ନିର୍ବାଚନରେ ବଳେନ୍ଦ୍ର ଶାହାଙ୍କୁ ଆରଏସ୍‌ପି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଇଥିଲା। ବଳେନ୍ଦ୍ର ଝାପା-୫ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ବଳେନ୍ଦ୍ର ଏହି ଆସନରେ ୧୧,୯୪୫ଟି ଭୋଟରେ ଆଗୁଆ ରହିଛନ୍ତି।

Breaking News