Report Card Odisha

| Daily Odia News

ହୋଟେଲ ବ୍ୟବସାୟୀ ବିଶ୍ବଜିତ ହତ୍ୟାକାଣ୍ଡ:କେୟାର ଟେକର ଗିରଫ…..

ରିପୋର୍ଟ କାର୍ଡ / ବାଲିଅନ୍ତା

ବାଳକାଟି ଫାଣ୍ଡି ଅଧୀନ ସାଗୁଆ ଗ୍ରାମର ମୃତ ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକ (ବାବୁ)ଙ୍କ ହତ୍ୟା ମାମଲାର ପର୍ଦାଫାଶ କରିଛି ପୋଲିସ | ବିଶ୍ବଜିତଙ୍କ କେୟାରଟେକର କୁହାଯାଉଥିବା ସୋନିଙ୍କୁ ପୋଲିସ ଗିରଫ କରିଛି। । ବିବାହ ପାଇଁ ବିଶ୍ୱଜିତ ରାଜି ନହେବାରୁ ସୋନି ତାଙ୍କୁ ହତ୍ୟା କରିଥିବା ନେଇ ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୋନି ପୁରୀର ଏକ ମଠର ଅନ୍ତେବାସୀ। ୩୨ ବର୍ଷ ବୟସ୍କା ସନ୍ଦିଗ୍ଧ ମହିଳାଙ୍କ ନାମ ସୋନିଙ୍କୁ ଗତକାଲି ଗୁପ୍ତ ସ୍ଥାନରେ ପୋଲିସ ଅଟକ ରଖି ପଚରା ଉଚରା କରିଥିଲା। ଗତକାଲି ପୂର୍ବାହ୍ନରେ ବାଲିଅନ୍ତା ପୋଲିସ କୁ ବିଶ୍ୱଜିତଙ୍କ କୋଠରୀରୁ ଆଉ କିଛି ତଥ୍ୟ ମିଳିଥିଲା । ଏହା ସହିତ ବିଶ୍ୱଜିତ ସାନ ମା’ ଦୁଇ ପୁଅ, ବାପା ଏବଂ ମା’ଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ବିଶ୍ୱଜିତଙ୍କ କେୟାର ଟେକର ସୋନିଙ୍କୁ ଗିରଫ କରିଛି ପୋଲିସ । ବିବାହ ପାଇଁ ବିଶ୍ୱଜିତ୍ ରାଜି ନହେବାରୁ ସୋନି ହତ୍ୟା କରିଥିବା ସୂଚନା ମିଳିଛି । ବିଶ୍ୱଜିତଙ୍କ କେୟାର ଟେକର ଭାବେ ସୋନି ତିନି ବର୍ଷ ଧରି ରହି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ଆଉ ବିଶ୍ୱଜିତଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ସୋନି । ବିଶ୍ୱଜିତ୍ ବିବାହ ପାଇଁ ରାଜି ନହେବାରୁ ସୋନି ଏପରି ଜଘନ୍ୟକାଣ୍ଡ ଘଟାଇଛି। ଦୁଇ ଦିନ ତଳେ ବିଶ୍ୱଜିତଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ବିଶ୍ୱଜିତଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତଦେହକୁ କମ୍ବଳରେ ଘୋଡ଼ାଇ ରଖାଯାଇଥିଲା ।

Breaking News