Report Card Odisha

| Daily Odia News

ପ୍ରେସ୍‌ କାଉନସିଲ ନାଁ ବ୍ୟବହାର ଉପରେ ନିଷେଧାଦେଶ…..

ରିପୋର୍ଟ କାର୍ଡ / କେନ୍ଦୁଝର

ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ପ୍ରେସ୍‌ କାଉନସିଲ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି। ଜିଲାରେ କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସରକାରୀ ସଂଘ ନିଜ ସଂସ୍ଥାର ନାମ ପଞ୍ଜୀକରଣ ସମୟରେ ପ୍ରେସ କାଉନସିଲ ଶବ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ସଂସ୍ଥା ପ୍ରେସ୍‌ କାଉନସିଲ ନାମ ବ୍ୟବହାର କରିବା, ଆଇନ ଅନୁଯାୟୀ ଗ୍ରହଣୀୟ ହେବନାହିଁ। ତେଣୁ ଜିଲ୍ଲାରେ କୌଣସି ସରକାରୀ ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମରେ ପ୍ରେସ୍‌ କାଉନସିଲ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଉଛି। ନୂଆଦିଲ୍ଲୀରେ ପ୍ରେସ୍‌ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର ରାଜ୍ୟ ଶାଖା କୌଣସିଠାରେ କାର୍ଯ୍ୟ କରେ ନାହିଁ । ଏହାର ଚିହ୍ନ ଓ ନାମକୁ ଅନଧିକୃତ ଭାବେ ବ୍ୟବହାର କରିବା ଅବୈଧ ଅଟେ।

Breaking News