ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାସନ ପରିବର୍ତ୍ତନ ଓ ଶେଖ ହସିନାଙ୍କ ଇସ୍ତଫା ପରେ ଦେଶର ଛାଡି ପଳାଇବା ପରେ ଦେଶର ବିଭିନ୍ନ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭଙ୍ଗାରୁଜା ଏବଂ ପୋଡାଜଳା ଖବର ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫ ମୁର୍ତଜାଙ୍କ ଘରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।ଢ଼ାକାରେ ବାଂଲେଦଶର ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍ପାଟ କରିଛନ୍ତି। କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫ ମୁର୍ତଜାଙ୍କ ଘରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସରକାରୀ ବାସଭବନ ‘ବଙ୍ଗବନ୍ଧୁ ଭବନ’କୁ ମଧ୍ୟ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍କୁ ସତର୍କତା ଜାରି କରାଯାଇଛି। ବାଂଲାଦେଶ ସଂଲଗ୍ନ ୪୦୯୬ କିମି ସୀମାରେ ମୁତୟନ ଥିବା ବିଏସଏଫ୍ ୟୁନିଟ୍ଗୁଡିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କାରଣ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାର ଆଶଙ୍କା ରହିଛି। ତେଣୁ ପ୍ରତିଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ରୋକିବାକୁ ବିଏସଏଫ୍କୁ ନିର୍ଦେଶ ଦିଆଯାଇଛି। ପାଟ୍ରୋଲିଂକୁ କଡାକଡି କରିଛି ଆସାମ। ବିଏସଏଫ୍ର କାର୍ଯ୍ୟକାରୀ ମହାନିର୍ଦେଶକ ଦଲଜିତ୍ ସିଂହ ଚୌଧାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୋମବାର କଲକାତାରେ ପହଞ୍ଚି ସୀମା ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହିତ ସେନା ହେଲିକପ୍ଟର ସୀମାନ୍ତ ଉପରେ ନଜର ରଖିଛି। ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ହିଂସାକାଣ୍ଡ ଘଟିଛି। ୟୁକେରେ ଶରଣାର୍ଥୀ ପାଇଁ ଆବେଦନ କରିବେ ଶେଖ୍ ହସିନା। ହିଂସାକାରୀଙ୍କ ଚାପରେ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……