ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍ରେ ୧୪ ଜଣ ପୋଲିସ ର୍ମଚାରୀଙ୍କ ସମେତ ଅତିକମରେ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି। ଉପୁଜିଥିବା ଏହି ସଂଘର୍ଷରେ ମୋବାଇଲ୍ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଛି। ସେବାକୁ ବନ୍ଦ କରିବା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହିତ କର୍ତ୍ତୃପକ୍ଷଙ୍କୁ କଠୋର ପଦକ୍ଷେପ ନେବାକୁ କୁହାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାଂଲାଦେଶ ଯାତ୍ରା ନକରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ଦୃଢ଼ ଭାବରେ ପରାମର୍ଶ ଦେଇଛନ୍ତି ଏବଂ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶର ଭାରତୀୟ କର୍ତ୍ତୃପକ୍ଷ ନାଗରିକମାନଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହି ବିକ୍ଷୋଭ ସମୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଗୁଳି ଚଳାଇ ହିଂସାକାଣ୍ଡକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….