Report Card Odisha

| Daily Odia News

ବାଂଲାଦେଶୀ ଦେହଜୀବୀଙ୍କ କବ୍‌ଜାରେ ଟ୍ୱିନ୍ ସିଟି….

ରିପୋର୍ଟ କାର୍ଡ / କଟକ

କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଛନ୍ତି ବାଂଲା ସୁନ୍ଦରୀ | ନିକଟରେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ବାଂଲାଦେଶୀ ସେକ୍ସ ରାକେଟ୍ ଚର୍ଚ୍ଚାର ପ୍ରସଙ୍ଗ | ନାବାଳିକାଙ୍କ ବୟାନ ଆଧାରରେ ତାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନ ରିପୋର୍ଟ ଦେଇଛନ୍ତି। ଶିଶୁ ମଙ୍ଗଳ କମିଶନଙ୍କୁ ନାବାଳିକା ଜଣକ କହିଛନ୍ତି ଯେ ତାଙ୍କ ଘର ବାଂଲାଦେଶରେ। ପରିବାରରେ ଆର୍ଥିକ ବୋଝରୁ ମୁକୁଳିବାକୁ ଚାକିରି ଖୋଜୁଥିବା ବେଳେ ସେଠାକାର ଦୁଇ ଜଣ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ କୋଲାକାତା, ଆଉ ତାପରେ ପହଞ୍ଚିଥିଲେ ଭୁବନେଶ୍ୱରରେ। ଏଠାରେ ତାଙ୍କୁ ଏକ ମସାଜ୍ ପାର୍ଲରରେ କାମ ମିଳିଥିଲା। ପରେ ତାଙ୍କୁ ସେକ୍ସ ୱାର୍କର ଭାବେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନେଇ ଶୋଷଣ କରାଯିବା ଭିତରେ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ନାବାଳିକାଙ୍କ ଏ ବୟାନ ଆଧାରରେ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ଜୋର ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଇବା ନେଇମଧୁପାଟଣା ପୋଲିସ ଦୁଇ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ଭିରା ଗୁଜ୍ଜର ଚୌଧୁରୀ ଓ ଜାସ‌ମିନ୍‌‌ । ସମ୍ପର୍କରେ ଉଭୟ ସ୍ବାମୀ ଓ ସ୍ତ୍ରୀ ହୋଇଥିବା ବେଳେ ସନ୍ଧ୍ୟାରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାରେ ସମସ୍ତ ପ୍ରକାର ପ୍ରମାଣପତ୍ର ହାତେଇବା ଲାଗି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ପୀଡ଼ିତା ଜଣକ ଦେଇଥିବା ବୟାନ ଅନୁଯାୟୀ, ଦୁଇମାସ ପୂର୍ବରୁ କିଛି ଦଲାଲ ତାଙ୍କୁ ବେଆଇନ ଭାବେ ବାଂଲାଦେଶ ସୀମା ପାର କରାଇ ପଶ୍ଚିମବଙ୍ଗ ଆଣିଥିଲେ। ସେଠାରୁ ଅନ୍ୟକିଛି ଯୁବକ ତାଙ୍କୁ ବସ୍‌ ଯୋଗେ ଭୁବନେଶ୍ବର ଆଣିଥିଲେ। ଭୁବନେଶ୍ବରରେ ସେ ଏକ ମାସରୁ ଅଧିକ ସମୟ ରହିବା ପରେ ତାଙ୍କୁ ବାରିପଦା ନିଆଯାଇଥିଲା। ଏକ ମସାଜ୍‌ କେନ୍ଦ୍ରରେ ଚାକିରି ହୋଇଯାଇଥିବା କହି ପୁଣି ଥରେ ତାଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ହେଲେ ଏଠାରେ ପହଞ୍ଚିବା ପରେ ଉକ୍ତ ମସାଜ୍‌ କେନ୍ଦ୍ରରେ ତାଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ଗତ ୭ରେ ଦୁଇ ଜଣ ଦଲାଲ ତାଙ୍କୁ ଗୋପାଳପୁରରେ ରହୁଥିବା ଭିରା ଓ ଜାସ‌ମିନ୍‌‌ଙ୍କୁ ହସ୍ତାନ୍ତର କରି ପଳାଇ ଯାଇଥିଲା। ଏଠାରେ ଉଭୟ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇବା ସହିତ ଘର କାମ କରିବାକୁ କହିଥିଲେ। ଫଳରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସେହି ଦିନ ରାତିରେ ସେ ସେଠାରୁ ଖସି ପଳାଇ ଆସି ମଧୁପାଟଣା ଅଞ୍ଚଳରେ ପହଞ୍ଚିଥିଲେ। ପିସିଆର ପୋଲିସ ଘଟଣା ସମ୍ପର୍କରେ ଶୁଣିବା ପରେ ତାଙ୍କୁ ଉଦ୍ଧାର କରି ବସୁନ୍ଧରାରେ ଛାଡ଼ିଦେଇଥିଲା। ପୀଡ଼ିତା ଜଣକ ସବୁ କଥା କହିବା ପରେ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ(ସିଡବ୍ଲ୍ୟୁସି)ରେ ହାଜର କରାଯାଇଥିଲା। ଏ ନେଇ ମଧୁପାଟଣା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଭିରା ଓ ଜାସ‌ମିନ୍‌‌ଙ୍କୁ ଗିରଫ କରିଛି।

Breaking News