Report Card Odisha

| Daily Odia News

ପ୍ରେମିକଙ୍କ ପାଇଁ ବାଂଲାଦେଶ ଛାଡ଼ି ରାଜସ୍ଥାନ ଆସିଲେ ମହିଳା…..

ରିପୋର୍ଟ କାର୍ଡ / ଜୟପୁର

ଅତୀତରେ ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ହାଇଦର୍‌ ନିଜ ପ୍ରେମିକ ସଚିନ ମୀନାଙ୍କ ପାଇଁ ଭାରତ ଆସିବା ଘଟଣା ଏବେବି ଚର୍ଚ୍ଚା | ନିକଟରେ ଭାରତୀୟ ମହିଳା ଅଞ୍ଜୁ ନିଜ ସ୍ୱାମୀ ପିଲାଙ୍କୁ ଛାଡ଼ି ପାକିସ୍ତାନକୁ ନିଜ ପ୍ରେମିକଙ୍କ ନିକଟକୁ ଯାଇଥିଲେ | ଏବେ ପୁଣି ସେଭଳି ଏକ ଘଟନ ସାମ୍ନାକୁ ଆସିଛି | ପ୍ରେମ ପାଇଁ ନିଜ ଦେଶ ଛାଡ଼ି ରାଜସ୍ଥାନରେ ଆସି ପହଞ୍ଚିଛନ୍ତି ଜଣେ ବାଂଲାଦେଶୀ ମହିଳା। ମହିଳାଙ୍କ ନାମ ଉମା ହବିବା ବା ହନି। ସେ ନୂଆଦିଲ୍ଲୀ ଓ କୋଲ୍‌କାତା ଦେଇ ରାଜସ୍ଥାନର ଅନୁପଗଡ଼ରେ ଆସି ସେପ୍ଟେମ୍ବର ୩ ତାରିଖରେ ପହଞ୍ଚିଛନ୍ତି। ଏବେ ହନି ରାଜସ୍ଥାନର ରାୱଲା ଗ୍ରାମରେ ଥିବା ତାଙ୍କ ପ୍ରେମିକ ରୋଶନଙ୍କ ସହ ରହୁଥିବା ସୂଚନା ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହନି ରୋଶନଙ୍କ ସହ ସୋସିଆଲ୍‌ ମିଡିଆ ଜରିଆରେ ଯୋଗାଯୋଗରେ ଆସିଥିଲେ। ରୋଶନ ବିବାହିତ। ସେ ୨୦୨୧ ମସିହାରେ ବିବାହ କରିଥିବା ବେ‌ଳେ ତାଙ୍କର ଏକ ୭ ମାସର ପୁଅ ଅଛି। ରୋଶନଙ୍କ ପତ୍ନୀ ଏକ ପାରିବାରିକ ଉତ୍ସବ ପାଳନ କରିବାକୁ ସିର୍ସା ‌ଯାଇଥିବା ବେଳେ ରୋଶନ ଅନୁପଗଡ଼ରୁ ହନିଙ୍କୁ ନିଜ ବାସଭବନକୁ ନେଇ ଆସିଛନ୍ତି।ରୋଶନଙ୍କ ମାଆଙ୍କ କହିବାନୁଯାୟୀ, ହନି କେବଳ ହିନ୍ଦି କହିପାରୁଛନ୍ତି। ଏବେ ସେ ଟୁରିଷ୍ଟ୍‌ ଭିସାରେ ଭାରତ ଆସିଥିବା ବେଳେ ଆଉ ବାଂଲାଦେଶ ଫେରିବାକୁ ଚାହୁଁନାହାନ୍ତି। ଏବେ ଅନୁପଗଡ଼ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

Breaking News