ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେସନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଟ୍ରେନ୍ଟି ଶେଷ ଷ୍ଟପେଜରେ ପହଞ୍ଚିବାର ଦୁଇ ଘଣ୍ଟା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ଅଗ୍ନିଶମ ବାହିନୀ ଏବଂ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଟ୍ରେନଟି ମୁମ୍ବାଇ-ବାଙ୍ଗାଲୋର ଷ୍ଟେସନ ପର୍ଯ୍ୟନ୍ତ ଚାଲିଥାଏ ।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..