ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ନିଅଣ୍ଟିଆ ବର୍ଷା କାରଣରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଚାଷ ଜମିରେ ପାଣି ନଥିବାରୁ ଧାନ ଗଛ ମରିବାକୁ ବସିଲାଣି | ଏହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ସେମାନଙ୍କ ପାଇଁ ଏକ ଭଲ ଖବର । ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୬ ଓ ୭ ତାରିଖ ଭଲ ବର୍ଷା ହେବ । ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।






More Stories
ଭୟଙ୍କର ବର୍ଷା,ଏହି ୩ ଜିଲ୍ଲାକୁ ସତର୍କ ସୂଚନା……
କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ…..
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..