ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ୟାଙ୍କରେ କାମ ଥିଲେ ଅଜିଭିତରେ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ | ପର୍ବପର୍ବାଣି ସହିତ ଜାତୀୟ ପର୍ବ ସାଙ୍ଗକୁ ରହିଛି ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ବ୍ୟାଙ୍କ ଧର୍ମଘଟ । ଏପ୍ରିଲ ମାସରେ ମୋଟ ୯ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାସହ ଚଳିତ ସପ୍ତାହରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ ଦ୍ୱାରା ସାରା ଦେଶରେ ବ୍ୟାଙ୍କ ଛୁଟିର ତାଲିକା ପୂର୍ବରୁ ଜାରି କରି ଦିଆଯାଇଛି । ବିଭିନ୍ନ ରାଜ୍ୟରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ଜାତୀୟ ପର୍ବ ପାଇଁ ବ୍ୟାଙ୍କ ଗୁଡ଼ିକୁ ଛୁଟି କରାଯାଉଛି । ତେବେ ସବୁ ରାଜ୍ୟରେ ଲଗାତାର ୬ ଦିନ ବ୍ୟାଙ୍କ ଛୁଟି ରହିବନି । କାରଣ କିଛି ପର୍ବପର୍ବାଣୀ ଦେଶରେ ସବୁ ରାଜ୍ୟରେ ପାଳନ କରାଯାଏନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟିର ଅଲଗା ନିୟମ ରହିଛି । ଆରବିଆଇର ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ ଏପ୍ରିଲ ମାସର ବାକି ଥିବା ୨୦ ଦିନରେ ମୋଟ୍ ୯ ଦିନ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆଗାମୀ ସପ୍ତାହରେ ହିଁ ୬ ଦିନ ବ୍ୟାଙ୍କ ଖଲିବ ନାହିଁ । ଏପ୍ରିଲ ୧୩ ତାରିଖ, ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୋହାଗ ବିହୁ, ଗୁଡି ପଡୱା, ବୈଶାଖୀ, ବିଜୁ ଫେଷ୍ଟିଭାଲ୍ । କର୍ଣ୍ଣାଟକ, ତାମିଲନାଡୁ, ବାଲାପୁର, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ ଆଦି ସ୍ଥାନରେ ଏହି ଦିନରେ ବ୍ୟାଙ୍କ ବନ୍ଦ ରହିବ । ୧୪ ତାରିଖ, ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ବୋହାଗ ବିହୁ ଆଦି ପର୍ବ ପଡ଼ୁଥିବାରୁ ଅନେକ ରାଜ୍ୟରେ ବ୍ୟାଙ୍କ ଖୋଲା ହେବ ନାହିଁ । ୧୫ ତାରିଖ, ଗୁରୁବାର – ହିମାଚଳ ଦିବସ, ବିଶୁ, ବଙ୍ଗାଳି ନବ ବର୍ଷ, ସରହୁଲ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୧୬ ତାରିଖ, ଶୁକ୍ରବାର – ବୋହାଗା ବିହୁ ପାଇଁ ବ୍ୟାଙ୍କ ବନ୍ଦ ହେବ । ୧୮ ତାରିଖ, ରବିବାର – ରବିବାର ପଡ଼ୁଥିବାରୁ ଏହି ଦିନ ସାରା ଦେଶରେ ବ୍ୟାଙ୍କ ଛୁଟି । ୨୧ ତାରିଖ, ମଙ୍ଗଳବାର – ରାମ ନବମୀ, ଗରୀୟା ପୂଜା କାରଣରୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ୨୪ ତାରିଖ, ଶନିବାର – ଚତୁର୍ଥ ଶନିବାର । ୨୫ ତାରିଖ, ରବିବାର – ମହାବୀର ଜୟନ୍ତୀ ସହ ରବିବାର ପାଇଁ ବ୍ୟାଙ୍କ ବନ୍ଦ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….