Report Card Odisha

| Daily Odia News

ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ଜୋରଦାର ପ୍ରଚାର ଚଳାଇଛନ୍ତି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ୍ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଆଜି ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପିପିଲି ଉପନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି, ହେଲେ ଟକ୍କର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ,ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ,କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଧାୟକ, ମନ୍ତ୍ରୀ ରାଲି ଓ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରୁଛନ୍ତି । ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାରରେ ସାମିଲ ହେବେ ।

Breaking News