Report Card Odisha

| Daily Odia News

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଦଳିବ ବ୍ୟାଙ୍କ ଖୋଲିବାର ସମୟ | ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଗାଇଡ ଲାଇନ ଅନୁସାରେ- ଏପ୍ରିଲ ୧୮ ତାରିଖ ଅର୍ଥାତ ଆଜିଠାରୁ ଦେଶର ସମସ୍ତ ବ୍ୟାଙ୍କ ଖୋଲିବାର ସମୟ ବଦଳିଛି | ଏବେ ଦେଶର ସମସ୍ତ ବ୍ୟାଙ୍କ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ପ୍ରତ୍ୟେକ ଶାଖା ଖୋଲିବ । ହେଲେ ବ୍ୟାଙ୍କ ବନ୍ଦ ହେବା ସମୟର କୌଣସି ପରିବର୍ତ୍ତନ ହୋଇ ନାହିଁ । ସୂଚନା ଅନୁସାରେ- କରୋନା ମହାମାରୀ କାରଣରୁ ବ୍ୟାଙ୍କର ଦୈନିକ ସେବା ଅବଧି କମ କରାଯାଇଥିଲା । ହେଲେ ଏବେ ପରିସ୍ଥିତି ସ୍ୱଭାବିକ ହେବା ପରେ ପୁଣିଥରେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

 

 

Breaking News