ରିପୋର୍ଟ କାର୍ଡ / ବାଙ୍କୀ
ଗୋ-ଚାଲାଣକାରୀଙ୍କୁ ପିଛା କରିବା ବେଳେ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଛନ୍ତି ଗୋ-ଚାଲାଣକାରୀ । ମାତ୍ର ପୋଲିସ ଫାଙ୍କା ଗୁଳି ଚଳାଥିଲା। ଏଥିସହ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। ଏପରି ଏକ ହାଇଡ୍ରାମା ସିନ୍ ଗତ ରାତିରେ କଟକ ଜିଲ୍ଲା ବାଙ୍କୀ ଟି- ବ୍ରିଜ୍ ପାଖରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ କଟକ ଜିଲ୍ଲା ତିଗିରିଆକୁ ଗୋରୁ ଚାଲାଣ ହେଉଥିବା ସୂଚନା ପାଇଥିଲା ପୋଲିସ। ଏହାପରେ ପୂର୍ବ ଯୋଜନା ମୁତାବକ ବାଟରେ ଛପି ରହିଥିବା ପୋଲିସ ତାଙ୍କ ପିଛା କରିଥିଲା। ଫଲରେ ବାଙ୍କୀ ଟି- ବ୍ରିଜ୍ ପାଖରେ ପୋଲିସ ଓ ଗୋ-ଚାଲାଣକାରୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରୁ ଖସିଯିବାରୁ ଗୋ- ଚାଲାଣକାରୀମାନେ ବୋମା ଫିଙ୍ଗିଥିବା ବେଳେ ପୋଲିସ ଫାଙ୍କା ଗୁଳିଚାଳନା କରିଥିଲା। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଏହାର ସୁଯୋଗରେ କିଛି ଗୋଚାଳାଣକାରୀ ଚମ୍ପଟ୍ ମାରିଥିବା ବେଳେ ପୋଲିସ ୨ ଜଣଙ୍କୁ କାବୁ କରିଛି। ଏଥିସହ ଗାଡ଼ିକୁ ଜବତ କରି ୨୬ ଗୋରୁଙ୍କୁ ଉଦ୍ଧାର କରିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..