ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି | ଏହାର ମୁକାବିଲା ପାଇଁ ୪ଟି ଏନଡିଆରଏପ୍ ଟିମ୍ ନିୟୋଜିତ ଅଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ପୁରୀରେ ଏନଡିଆରଏଫ୍ ଟିମ୍ ସଜାଗ ଅଛନ୍ତି । ଗତକାଲି ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ଅନ୍ୟ ତିନିଟି ସ୍ଥାନକୁ ଲୋକଙ୍କୁ ଉଦ୍ଧାର ଓ ସହାୟତା ସହ ରିଲିଫ୍ କାର୍ୟ୍ୟରେ ନିୟୋଜନ ପାଇଁ ମୁଣ୍ଡଳି ସ୍ଥିତ ଏନଡିଆରଏଫ ବାଟାଲିଅନରୁ ଯାଇଛି ଟିମ୍ । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି । ଏଥିସହ ବାଲେଶ୍ୱର ଜିଲାରେ ଥିବା ଏନଡିଆରଏଫର ରାପିଡ୍ ରେସପନସ ସେଣ୍ଟରର ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି । ହୀରାକୁଦରୁ ଅଧିକ ଗେଟ୍ ଖୋଲିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ଆଗାମୀ ସମୟରେ ଆବଶ୍ୟକ ହେଲେ ଅଧିକ ଟିମ୍ ମୁଣ୍ଡଳିରେ ପ୍ରସ୍ତୁତ ରହିଥିବା ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଭିଜିଲାନ୍ସ ଜାଲରେ ରେଞ୍ଜର…..