Report Card Odisha

| Daily Odia News

ଆଜି ପହଂଚିବେ ୨ ଟିମ ଖେଳାଳି……

ରିପୋର୍ଟ ଚକାର୍ଡ /କଟକ 

ଜୁନ ୧୨ ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ। ଦୁଇ ଦଳର ଖେଳାଳି ଭୁବନେଶ୍ବରର ମେ ଫେୟାର ହୋଟେଲରେ ରହିବ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହୋଟେଲକୁ ଆଣିବା ଲାଗି ସ୍ବତନ୍ତ୍ର ଦୁଇଟି ଭଲ୍‌ବ ବସର ବ୍ୟବସ୍ଥା କରିଛନ୍ତି । ଏହାଛଡ଼ା ଖେଳାଳିଙ୍କ ଆଗମନ ଲାଗି କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ସହ ହୋଟେଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦରରୁ ହୋଟେଲ ମେ ଫେୟାରକୁ ଖେଳାଳିମାନେ ଯେଭଳି ସୁରକ୍ଷିତ ଭାବେ ପହଞ୍ଚିବେ ସେ ନେଇ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ରିହର୍‌ସାଲ କରାଯାଇଥିଲା।

 

Breaking News