ରିପୋର୍ଟ ଚକାର୍ଡ /ଭୁବନେଶ୍ୱର
ମେଷ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ମିତ୍ରମାନଙ୍କଠାରୁ ସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟବ୍ୟସ୍ତ ଥାଇ ବି ସେବାରେ ତଲ୍ଲୀନ ହୋଇପାରନ୍ତି।
ବୃଷ : ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ : ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ନୃତ୍ୟସଙ୍ଗୀତ ପ୍ରିୟ ହେବେ। କୃଷି କର୍ମରେ ଲାଭବାନ୍ ହେବେ। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ।
କର୍କଟ : ସକଳ ଗୁଣର ଆଧାର ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିପାରେ। ଦିନଟି ମଙ୍ଗଳମୟ ହେବ। ସର୍ବତ୍ର ବିଜୟୀ ହେବେ।
ସିଂହ : ଶ୍ରମ ସାର୍ଥକ ହେବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଧନ ଭୋଗ ସହିତ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହେବେ। ତ୍ୟାଗଶୀଳ ହୋଇପାରନ୍ତି।
କନ୍ୟା : ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା : ଅଯଥା ବିତର୍କରୁ ଓହରିଯାଇ ପାରନ୍ତି। ଶତ୍ରୁଙ୍କ ସହିତ ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି। ଧନ ମିଳିବାର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ।
ବିଛା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କର୍ମକ୍ଷେତ୍ର ଉଳମୟ ହେବ।
ଧନୁ : ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଉଚ୍ଚ ସମ୍ମାନ ଲାଭ କରିବେ। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି କର୍ମକାଣ୍ଡର ପ୍ରସାର ଘଟାଇ ପାରନ୍ତି। ରାଜପୂଜିତ ଓ ବାହନଯୁକ୍ତ ହୋଇପାରନ୍ତି। ବହୁ ପୋଷକ ହେବେ।
ମକର : କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଦେବ ପୂଜାରେ ନିମଗ୍ନ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।
କୁମ୍ଭ : ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଫଳ ବିଧାନକୁ ଅଟଳ ଓ ଅକାଟ୍ୟ ରଖିପାରନ୍ତି। ବିବେକରୂପୀ ମହାର୍ଘ ସମ୍ପଦର ସୁବିନିଯୋଗ କରି ପ୍ରଶଂସାର ପାତ୍ର ହେବେ।
ମୀନ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପର ଧନରେ ଧନୀ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..