ରିପୋର୍ଟ କାର୍ଡ / ବରଗଡ଼
ବରଗଡ଼ ଜିଲ୍ଲା ଭଟ୍ଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତରରେ 0ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହୋଇଛି । ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି ବରଗଡ଼ ଉପ-ଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ । ଆସନ୍ତାକାଲି ସଂପୃକ୍ତ ପଞ୍ଚାୟତରେ ଭୋଟ ହେବାର ଅଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କାଲି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପୋଲିଂ ପାର୍ଟି ବୁଥରେ ପହଞ୍ଚିଯିବେ । କାଲି ୭୧ ବ୍ଲକର ୧୬୬୯ ପଞ୍ଚାୟତର ୨ ଶହ ଜିଲ୍ଲା ପରିଷଦରେ ଭୋଟ ଗ୍ରହଣ କରାଯିବ । ୨ ଶହ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।’
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……